କ୍ୱାରେନଟାଇନରେ ଗଲେ ଏମ୍ସର ୪ ଡାକ୍ତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏମ୍ସର ୪ଜଣ ଡାକ୍ତର ଓ ଦୁଇଜଣ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନକୁ ପଠାଯାଇଥିବା ସୂଚନା ମିଳିଛି । ସେମାନେ କରୋନା ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷପ ନିଆଯାଇଛି ।
ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଯାଆଁଳା ଫାଣ୍ଡି ଅଞ୍ଚଳରେ ମୁମ୍ବାଇରୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିଲା । ଯାଆଁଳା ଫାଣ୍ଡି ପୁଲିସ ତାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତି କରିଥିଲେ । ସେଠାରେ ତାଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ଟେଷ୍ଟ କରାଯାଇଥିଲା ଏବଂ ତାହା ପଜେଟିଭ ଆସିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ କ୍ୱାରେନଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ଉକ୍ତ କରୋନା ପୋଜିଟିଭଙ୍କ ଚିକିତ୍ସା କରୁଥିବା ୪ ଡାକ୍ତର ଓ ଦୁଇଜଣ ଆଟେଣ୍ଡାଣ୍ଟଙ୍କୁ କ୍ୱାରେନଟାଇନରେ ପଠାଇ ଦିଆଯାଇଛି ।