ଜମି ବିବାଦକୁ ନେଇ ସଂଘର୍ଷ, ୪ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ସମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ।

ସୂଚନା ଅନୁସାରେ, ଆଜି ସକାଳେ ବାପା ଓ ତାଙ୍କ ପୁଅ ସେମାନଙ୍କର ଥିବା ଏକ ମହୁଲ ଗଛରୁ ମହୁଲ ଗୋଟାଉଥିଲେ । ଏହି ସମୟରେ ତାଙ୍କ ସାନ ଭାଇର ସ୍ତ୍ରୀ ଓ ପୁଅ ଆସି ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ବଡ଼ ଭାଇ ଓ ତାଙ୍କ ପୁଅ ଏବଂ ସାନ ଭାଇର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଛି। ତେବେ ମହୁଲ ଗଛ ଯେଉଁ ଜମିରେ ରହିଛି ତାହାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଥିଲା।

Leave a comment