କରୋନାରେ ଆଉ ୪ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓ ଭଦ୍ରକ ଜିଲ୍ଲାର ଜଣେ ଥିବା ଜଣାଯାଇଛି। ଫଳରେ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ରା ୩୦ ଛୁଇଁଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ସେହିପରି ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟା ମହିଳା ଥିବା ବେଳେ ୫୮ ଓ ୬୩ ବର୍ଷୀୟ ୨ ପୁରୁଷ ଅଛନ୍ତି। ସେମାନଙ୍କ ମଧ୍ୟରୁ ମହିଳାଜଣକ ପୂର୍ବରୁ ମଧୁମେହ ଓ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୬୩ ବର୍ଷୀୟ ବ୍ୟକ୍ତିଜଣକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ। ସେମାନଙ୍କ ବ୍ୟତୀତ ୫୮ ବର୍ଷୀୟ ବ୍ୟକ୍ତିଜଣକ ମଧ୍ୟ ପୂର୍ବରୁ ଟ୍ୟୁବୁକୁଲାର ମେନିନଜାଇଟ୍‌ସ ରୋଗରେ ପୀଡ଼ିତ ଥିଲେ।

ଭଦ୍ରକରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେ ପୂର୍ବରୁ ଡାଇବେଟିସ ଓ କିଡନୀଜନିତ ସମସ୍ୟା ଭୋଗୁଥିଲେ।

Leave a comment