ଆଉ ୪ ପଜେଟିଭ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୪

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକରେ ଆଜି ଆଉ ୪ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ମଧ୍ୟ ଭଦ୍ରକରୁ ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ଭଦ୍ରକରେ ଆଜି ଗୋଟିଏ ଦିନରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬ରେ ପହଂଚିଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଏହି ୫କୁ ମିଶାଇ ୯୪ରେ ପହଂଚିଛି ।

୪ ନୂଆ ରୋଗୀଙ୍କ ମଧ୍ୟରେ ସମସ୍ତ ହେଉଛନ୍ତି ପୁରୁଷ । ଜଣଙ୍କର ବୟସ ୪୧, ଆଉ ଜଣଙ୍କର ୪୦, ଜଣଙ୍କର ୨୯ ଓ ଆଉ ଜଣଙ୍କର ୨୪ ବର୍ଷ । ଏଥିରେ ୨ ଦୁଇ ଜଣ ତିହିଡି ବ୍ଲକର ହୋଇଥିବା ବେଳେ ଆଉ ୨ ଜଣ ଧାମରା ବ୍ଲକର । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ବର୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛିି । କାହା କାହା ସଂସ୍ପର୍ଶରେ ସେମାନେ ଆସିଥିଲେ ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି ।

Leave a comment