ତୃତୀୟ ପ୍ରବାହ ନେଇ ସଜାଗ ସରକାର, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସହଭାଗୀତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ରାଜ୍ୟ ସରକାର କହିଛନ୍ତି କୋଭିଡ ବଢିଲେ ତୁରନ୍ତ ହସ୍ପିଟାଲ କାର୍ଯ୍ଯକ୍ଷମ କରିବାକୁ ପରାମର୍ଶ ରହିଛି । ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମଇଟି ରମାରମଣ ମହାନ୍ତି । କୋଭିଡ ମୁକାବିଲାରେ ଓଡ଼ିଶାର ପ୍ରୟାସ ବିଶ୍ୱରେ ପ୍ରଂଶାସ ଯୋଗ୍ୟ ହୋଇଛି । ଆଗୁଆ ପଦକ୍ଷେପ, ମହାମାରୀ ମୁକାବିଲାର କୌଶଳ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସାବାସୀ ଦେଇଛି ।

ତେଣୁ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଥିବାବେଳେ ଏବେ ଠାରୁ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହର ନେଇ ବ୍ୟାପକ ସଜାଗ ହୋଇଛନ୍ତି । ଯେପରି ଅଣାୟତ ନୁହେଁ ସେଥିପାଇଁ ଘରୋଇ ମେଡ଼ିକାଲକୁ ଏବେ ଠାରୁ ସଜାଗ ରହିବା ନେଇ ସୂଚନା ଦେଇଛନ୍ତି ।

Leave a comment