ପ୍ରବଳ ବର୍ଷାରେ ବେହାଲ ଜନଜୀବନ, ଚେନ୍ନାଇରେ ୩ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚେନ୍ନାଇରେ ବର୍ଷା ବିତ୍ପାତ୍ତ । ପ୍ରବଳ ବର୍ଷା ହେତୁ ଜନଜୀବନ ଏକପ୍ରକାର ବ୍ୟାହତ ହୋଇପଡିଛି । ଏମିତିକି ଅସହାୟ ହୋଇପଡିଛି ଜନଜୀବନ । ପରିସ୍ଥିତି ଏପରି ହୋଇଛି ଯେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନି ଜଣଙ୍କ ଜୀବନ ଚାଲିଯାଇଛି । ଏମିତିକି ୪ଟି ଇଲେକ୍ଟ୍ରି ସବଷ୍ଟେସନ ବି ବନ୍ଦ ହୋଇପଡିଛି । ସେହିଭଳି ଚେନ୍ନାଇ ସହରର ପ୍ରାୟ ଶତାଧିକ ରାସ୍ତା ଜଳମଗ୍ନ ହୋଇଯାଇଛି ।
ଫଳରେ ଗ୍ରେଟର ଚେନ୍ନାଇ ନିଗମର ଅଧିକାରୀ ଓ କର୍ମଚାରୀମାନେ ଜଳ ନିଷ୍କାସନ କାମରେ ଲାଗିପଡିଛନ୍ତି । ତାମିଲନାଡୁର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେ.କେ.ସ.ର ରାମଚନ୍ଦ୍ରନ ଗଣମାଧ୍ୟମକୁ କହିଛନ୍ତି ଯେ ସହରର ୧୦୬ଟି ରାସ୍ତା ଜଳମଗ୍ନ ହୋଇଛି । ବର୍ଷା ବନ୍ଦ ହୋଇଗଲେ ଜଳସ୍ତର କମିଯିବ ବୋଲି ଜଣାପଡିଛି । ଚେନ୍ନାଇର ଚାରିପାଖରେ ଥିବା ଟ୍ୟାଙ୍କ ଏବଂ ଜଳଭଣ୍ଡାରଗୁଡ଼ିକ ଉପରେ ନଜର ରଖାଯାଇଛି । ଜରକାର ପଡିଲେ ସୁରକ୍ଷା ପାଇଁ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।