ଅସମ୍ଭାଳ ହେଲାଣି ଗଞ୍ଜାମରେ କରୋନା ସ୍ଥିତି, ଗଞ୍ଜାମରେ ୧୩୭, ରାଜ୍ୟରେ ୩୯୧ ପଜେଟିଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ ୧୪ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨, କେନ୍ଦ୍ରାପଡାରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ବୋଲି ସୂଚନା ମିଳିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ପଜିଟିଭ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ ଛୁଇଁଲାଣି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଓ ସୁରତ ଫେରନ୍ତା ଏବଂ ସେମାନେ ସମସ୍ତେ କ୍ୱାରେନଟାଇନ ହୋମରେ ଥିଲେ । ରାଜ୍ୟର ୩୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୦ ଜଣ ଆକ୍ଟିଭ ଥିବାବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୬୩ ହଜାର ୪୭୮ ସାମ୍ପୁଲ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୯୧ଟି ପଜିଟିଭ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୫ ରୁ ୪୦ ବର୍ଷ ବୟସ୍କ ଯୁବକ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ବୟସର ଲୋକ ସର୍ବାଧିକ ୨୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୂନ୍ୟରୁ ୧୪ ବର୍ଷ ବୟସର ବାଳକ ୧୩ଜଣ, ୪୧ରୁ ୬୦ବର୍ଷ ବୟସ୍କରର ବ୍ୟକ୍ତି ୧୦୯ ଜଣ ଓ ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ୨୭ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮ ଜଣ ମହିଳା ଓ ୩୩୦ ଜଣ ପୁରୁଷ ଅଛନ୍ତି ।

Leave a comment