ସବୁଠାରୁ ମୋଟା ଅଙ୍କର ଦାମ ଦେଇ ସ୍ମୃତି ମନ୍ଧାନାଙ୍କୁ କିଣିଲା ଆରସିବି

0

ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ପ୍ରଥମ ସେଟରେ ୭ ଜଣ ଖେଳାଳିଙ୍କୁ ନିଲାମ କରାଯାଇଛି । ଭାରତୀୟ ଓପନର ସ୍ମୃତି ମନ୍ଧାନାଙ୍କୁ ଆରସିବି ୩.୮୦ କୋଟି ଟଙ୍କାରେ କିଣିଥିବା ବେଳେ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ୧.୮୦ କୋଟି ଟଙ୍କାରେ କିଣିଛି । ସୋଫି ଡିଭାଇନଙ୍କୁ ଆରସିବି ୫୦ ଲକ୍ଷ ଟଙ୍କାରେ, ଆସଲେ ଗାଡନରଙ୍କୁ ଗୁଜରାଟ ୩.୨ କୋଟି ଟଙ୍କା ଓ ସୋଫି ଏକଲେଷ୍ଟୋନଙ୍କୁ ୟୁପି ଓ୍ବାରିଅର୍ସ ୧.୮ କୋଟିରେ କିଣିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଲାମରେ ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ।

Leave a comment