କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ୩ହଜାର ବେଡ୍ ପ୍ରସ୍ତୁତ : DMET
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ । କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ସରକାର । କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡ଼ିୟୁ ବେଡ଼ ।
ଆବଶ୍ୟକ ସ୍ଥଳେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ବି କରାଯିବ। କେଉଁ ସ୍ଥାନରେ କରାଯିବ ସେ ନେଇ କେସ୍ ଲୋଡ଼ ସ୍ଥିତି ଦେଖି ଆବଶ୍ୟକସ୍ଥଳେ ନିଷ୍ପତ୍ତି ହେବ। ମୁକାବିଲା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଏହି କମିଟି ଜିଲ୍ଲାସ୍ତରରେ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବ। ପ୍ରସ୍ତୁତି କ’ଣ ଚାଲିଛି, କେମିତି ପ୍ରସ୍ତୁତି ତ୍ବରାନ୍ବିତ ହେବ, କ’ଣ ଆବଶ୍ୟକ ସେ ନେଇ କମିଟି ରିପୋର୍ଟ ଦେଲେ ସରକାର ପ୍ରସ୍ତୁତ ହେବେ। ଯଦି କୌଣସି ଲକ୍ଷଣ ଥିବା ଶିଶୁମାନେ ହସ୍ପିଟାଲରେ ଆଡ଼ମିଶନ ହୁଅନ୍ତି ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ।