ଜଳେଶ୍ୱରରୁ ୩୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଆଜି ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ରାଉନସୁଗର ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଚଢ଼ାଉ ବେଳେ ୩୦୦ ଗ୍ରାମ ବ୍ରାଉନସୁଗର ସହ ଅଭିଯୁକ୍ତ ସପନ ପ୍ରଧାନ ଗିରଫ କରିଛି ପୋଲିସ । ସପନ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛି ପୋଲିସ ।

Leave a comment