ସେଲଫି ନିଶା ମଣିଷକୁ ବିବେକ ଶୂନ୍ୟ କରିଦେଲା, ଚାଲିଗଲା ୩ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେଲଫି ନିଶାରେ ମଣିଷ ନିଜ ବିବେକ ହରାଇବସିଲାଣି। ଏହିପରି ଏକ ଘଟଣା ଦେଖିବାକୁମିଳିଛି ଜୟପୁର ଅଞ୍ଚଳରେ। ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇ ସାହାଯ୍ୟ ଆଶାରେ ବିକଳ ହୋଇ ଚିତ୍କାର କରୁଥିଲେ। ମାତ୍ର ଭାଗ୍ୟର ବିଡମ୍ବନା ତାଙ୍କୁ ଘେରି ଅନେକ ଲୋକଥିଲେ କିନ୍ତୁ କିଏ ଭିଡ଼ିଓ ସୁଟ ରେ ବ୍ୟସ୍ତ ଥିଲା ତ ଆଉ କିଏ ସେଲଫି ଉଠାଇବାରେ ବ୍ୟସ୍ତଥିଲା। ଆହତଙ୍କ କଷ୍ଟ ପ୍ରତି କାହାର ଧ୍ୟାନ ନଥିଲା। ଶେଷରେ ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବାରୁ ୩ ଜଣ ଯାକ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା। ଯଦି ସେଠାରେ ଥିବା ଜଣେ ବି ବ୍ୟକ୍ତି ନିଜର କର୍ତ୍ତବ୍ୟ ଭାବି ତାଙ୍କୁ ସାହାଯ୍ୟ କରିଥାନ୍ତା ତେବେ ହୋଇପାରେ ଆଜି ତିନିଟି ମୂଲ୍ୟବାନ ଜୀବନ ରକ୍ଷା ପାଇଯାଇଥାନ୍ତା।
ସୂଚନା ଅନୁଯାୟୀ, ମଙ୍ଗଳବାର ରାଜସ୍ଥାନର ବାଡମେର ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଯୁବକ ବାଇକ ରେ ଯାଉଥିବା ବେଳେ ଏକ ସ୍କୁଲ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସେମାନେ ଗୁରୁତର ଆହତ ହୋଇ ଚିତ୍କାର କରି ସାହାଯ୍ୟ ମଗୁଥିଲେ ମଧ୍ୟ ଏ ସ୍ୱାର୍ଥପର ମଣିଷର ମନ କୁ ତିଲାର୍ଧେ ତାହା ସ୍ପର୍ଶ କରିପାରିନଥିଲା। ଆହତଙ୍କୁ ସାହାଯ୍ୟ କରିବା ଦୂରରେ ଥାଉ ସେମାନେ ସେଲଫି ଓ ଭିଡ଼ିଓ ସୁଟ ରେ ବ୍ୟସ୍ତ ଥିଲେ। ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ହସ୍ପିଟାଲରେ ପହଞ୍ଚି ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚିବାରେ ସଫଳ ହୋଇ ପାରିନଥିଲେ।
ମୃତକମାନେ ହେଲେ ପରମାନନ୍ଦ, ଚନ୍ଦ ରାମ ଏବଂ ଏବଂ ଗୀତା ରାମ। ସେମାନେ ଗୁଜରାଟରୁ କାମ ଖୋଜିବା ପାଇଁ ରାଜସ୍ଥାନ ଆସିଥିଲେ। ସେମାନେ ଜାଣିନଥିଲେ ମୃତ୍ୟୁ ସେମାନଙ୍କ ପାଇଁ କବାଟ ଖୋଲି ଅପେକ୍ଷା କରିଛି। ସବୁଠାରୁ ଦୁଃଖ ର ବିଷୟ ହେଲା ସେଠାରେ ଉପସ୍ଥିତ ଥିବା ଲୋକଙ୍କର ଯଦି ଏମାନେ ସମ୍ପର୍କୀୟ ହୋଇଥାନ୍ତେ ତେବେ ମଧ୍ୟ ସେମାନେ ତାଙ୍କୁ ହସ୍ପିଟାଲ ନେବା ବଦଳରେ କଣ ସେଲଫି ଉଠାଇଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।