୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଲାର କରୋନା ଦାୟିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ଏସ୍.କେ ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍.କେ ବଶିଷ୍ଠ ବାଲେଶ୍ୱର ଜିଲ୍ଲା କଥା ବୁଝିବେ । ସେହିପରି ପି.କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହି ୩ ସଚିବ ୩ ଜିଲ୍ଲା ଗସ୍ତ କରି କୋଭିଡ୍ ମୁକାବିଲାର ତଦାରଖ କରିବେ । ଏଥିସହ ସେମାନେ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ୧୧ଟି ପଞ୍ଚାୟତର ୪୪ ଗାଁକୁ କଣ୍ଟେନମେଣ୍ଟ ଜୋନ୍ରେ ରଖାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାରୁ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାପରେ ସହରର ନିଳିଆବାଗ୍, ନୀଳଗିରିର ବରହମ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଯାଜପୁରରୁ ମଧ୍ୟ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜିଲ୍ଲାର ଅଧିକାଂଶ ଆକ୍ରାନ୍ତ କୋଲକାତାରୁ ଫେରିଥିବା ଜଣାଯାଇଛି ।