ସେନା ଉପରେ ଆକ୍ରମଣ, ୩ ଯବାନ ସହିଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମଣିପୁରରେ ଭାରତୀୟ ସେନା ବାହିନୀ ଉପରେ ଆକ୍ରମଣ କରାଯାଇଛି । ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ମିଆଁମାର ସୀମାନ୍ତରେ ଥିବା ଚାନ୍ଦେଲରେ ସ୍ଥାନୀୟ ଗୋଷ୍ଠୀ ପିପୁଲ୍ସ ଲିବରେସନ୍ ଆର୍ମିର ଆତଙ୍କବାଦୀ ଗୋଷ୍ଠି ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ଅଚାନକ ଭାରତୀୟ ସେନାଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଫଳରେ ଆସାମ ରାଇଫଲ୍ସ ୟୁନିଟ୍‌ର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଆତଙ୍କବାଦୀମାନେ ପ୍ରଥମେ IED ବିସ୍ଫୋରଣ କରିଥିଲେ ଏବଂ ପରେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଇମ୍ଫାଲ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ସେହି ଅଞ୍ଚଳକୁ ଏବେ ଅଧିକ ଫୋର୍ସ ପଠାଯାଇଛି ।

Leave a comment