ବିଦ୍ୟାଳୟ ପରିସରରୁ ଉଦ୍ଧାର ହେଲା ୨୧୫ ପିଲାଙ୍କ ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କାନାଡାର ଏକ ସ୍କୁଲର ମାଟିତଳୁ ଉଦ୍ଧାର ହୋଇଛି ୨୧୫ ଶିଶୁଙ୍କ ମୃତଦେହ । ଯେଉଁ ସ୍କୁଲ କ୍ୟାମ୍ପସରେ ଏହି ମୃତଦେହ ମିଳିଛି ଏହାର ନାମ କେମଲୁପ୍ସ ଇଣ୍ଡିଆନ୍ ରେସିଡେନ୍ସିଆଲ୍ ସ୍କୁଲ୍ । ସୂଚନାଯୋଗ୍ୟ, ସ୍କୁଲ ଅଧିକାରୀ ରୋଜାନେ କାସିମିର କହିଛନ୍ତି ଯେ ରାଡାର ସାହାଯ୍ୟରେ ସାମ୍ନାକୁ ଆସିଥିଲା ସତ । ଗତ ସପ୍ତାହରେ ମୃତଦେହକୁ କବର ଦେବା ବିଷୟରେ ସୂଚନା ମିଳିଥିଲା । ତେବେ ତଦନ୍ତ ଜାରି ରହିଥିବାରୁ ଆଗକୁ ଅଧିକ ମୃତଦେହ ଉଦ୍ଧାର କରାଯାଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି । ସେ କହିଛନ୍ତି ଯେ “ଏହା ଏକ କ୍ଷତି ଯାହା ବିଷୟରେ ଆପଣ କେବେ ଚିନ୍ତା କରିପାରିବେ ନାହିଁ । ପୂର୍ବରୁ ଇତିହାସରେ ମଧ୍ୟ ଏଭଳି ଘଟଣା ଘଟିବାର ନଜର ନାହିଁ ।

Leave a comment