ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୨୧ ଜଣ ମୃତ

ଜାମ୍ମୁ- କାଶ୍ମୀରରେ ଆଖନୂରରେ ବଡ଼ ଧରଣର ଦୁର୍ଘଟଣା। ପାହାଡ଼ ତଳକୁ ଯାତ୍ରୀବାହୀ ବସ୍ ଖସିଯିବାରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଉତ୍ତର ପ୍ରଦେଶ ହାଥରସ୍ ଯାତ୍ରୀଙ୍କୁ ନେଇ ଜାମ୍ମୁ ଅଭିମୁଖେ ବସ୍ ଆସୁଥିଲା। ବସ୍ଟି ଜାମ୍ମୁର ରଇସି ଜିଲ୍ଲାର ଶିବ ଖୋରି କ୍ଷେତ୍ରକୁ ବୁଲିବାକୁ ଯାଉଥିଲେ।
ତେବେ ଜାମ୍ମୁ ପୁଞ୍ଚର ଜାତୀୟ ରାଜପଥରେ ଯାଉଥିବା ବେଳେ କାଳୀଧର ମନ୍ଦିର ନିକଟରେ ଥିବା ଖାଇକୁ ଖସିପଡ଼ିଥିଲା।
ଆହତଙ୍କୁ ସ୍ଥାନୀୟ ଅଖନୂର ହସ୍ପିଟାଲ ଓ ଜାମ୍ମୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲାପାଳ କହିଛନ୍ତି ଯେ ଉତ୍ତରପ୍ରଦେଶରୁ ଆସୁଥିବା ଯାତ୍ରୀବାହୀ ବସ୍ ଅଖନୂରର ତଣ୍ଡା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।