+୨ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ NEET ଓ JEE କୋଚିଂ

+୨ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ NEET ଓ JEE କୋଚିଂ। ଆଶାୟୀଙ୍କୁ ସମ୍ପୂର୍ଣ ମାଗଣାରେ ମିଳିବ ଭର୍ଚୁଆଲ କୋଚିଂ। ଏଥିଲାଗି ଯୁକ୍ତଦୁଇ କଲେଜ୍ ଗୁଡ଼ିକରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍ ପାନେଲ ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସବୁ ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।
ସର୍ବଭାରତୀୟ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ର ଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି।