ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ

0

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ମୁତାବକ, ଆସନ୍ତାକାଲି ଠାରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏଁ ଚାଲିବ । ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ ପର୍ଯ୍ୟନ୍ତ ଚାଲିବ ।

ତେବେ ମେ ୭ ରେ ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ହେବ । ଏହାପରେ ଯାଇ ମେ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ୬୬୨ ବର୍ଗ ଅଧ୍ୟାପକମାନେ ଖାତା ଦେଖାରେ ସହଯୋଗ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave a comment