+2 ରେଜଲ୍ଟ: ବିଜ୍ଞାନରେ ୯୫.୧୫ ପ୍ରତିଶତ, ବାଣିଜ୍ୟରେ ୯୪.୯୩ ପ୍ରତିଶତ ମାର୍କ

0

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୯୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave a comment