ଓଡ଼ିଶାରେ ୨ଲୋକସଭା ଏବଂ ୮ ବିଧାନସଭା ଆସନରେ ପ୍ରାର୍ଥୀ ଦେଲା ତୃଣମୂଳ କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେଇଛି ତୃଣମୂଳ କଂଗ୍ରେସ(ଟିଏମ୍ସି) । ଦଳ ପକ୍ଷରୁ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଓଡ଼ିଶାର ଦୁଇଟି ଲୋକ ସଭା ଆସନରେ ଦଳ ପ୍ରାର୍ଥୀ ଦେଉଥିବା ସୂଚନା ଦେଇଛି । ଭୁବନେଶ୍ୱରରୁ ଶୁଭ୍ରାଂଶୁ ଶେଖର ପାଢୀ ଏବଂ ଭଦ୍ରକରୁ ଅଗଣୀ ଚନ୍ଦ୍ର ଜେନାଙ୍କୁ ଦଳ ଏମ୍ପି ପ୍ରାର୍ଥୀଭାବେ ଠିଆ କରୁଥିବା ଜଣାପଡିଛି । ଏହାସହ ରାଜ୍ୟର ୮ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେଉଛି । ଜୟଦେବ ନିର୍ବାଚନମଣ୍ଡଳୀରୁ ବିଷ୍ଣୁଚରଣ ମଲ୍ଲିକ, ମଧ୍ୟ ଭୁବନେଶ୍ୱର ଆସନରୁ ତ୍ରିନାଥ ସାହୁ, ଉତ୍ତର ଭୁବନେଶ୍ୱରରୁ ପ୍ରମୋଦ ପଢ଼ିହାରୀ, ଜଟଣୀରୁ ଯଦୁମଣୀ ପ୍ରଧାନ, ବେଗୁନିଆରୁ ସୌଭାଗ୍ୟ କୁମାର ପଣ୍ଡା, ଭଣ୍ଡାରୀପୋଖରୀରୁ ବିବା ନାରାୟଣ ବିଶ୍ୱାଳ, ଭଦ୍ରକରୁ ରାଇନା ହରି ଦାସ ଏବଂ ବାସୁଦେବପୁର ଆସନରୁ ବୈରାଗୀ ଦାସ ବେହେରାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଉଥିବା ସୂଚନା ଦିଆଯାଇଛି । ଏହାସହ ରାଜ୍ୟରେ ଭାଜପାକୁ ଜିତାଇ ନ ଦେବା ଲାଗି ଦଳ ପକ୍ଷରୁ ରାଜ୍ୟବାସୀଙ୍କ ସମର୍ଥନ ଲୋଡାଯାଇଛି ।