ଜୁନ ୨୮ରେ +୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା, ଜୁଲାଇ ୧୫ରେ ଫଳ ପ୍ରକାଶ

0

ଚଳିତବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଏଗ୍ରିଗେଟ୍ ମାର୍କ ରଖି ସମସ୍ତ ବିଷୟରେ ପାସ୍ ହୋଇ କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିବା ପିଲାମାନେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବେ । ତେବେ ଏହି ପରୀକ୍ଷା ଲାଗି ପ୍ରଥମ ପର୍ଯ୍ୟାୟ ଫର୍ମପୂରଣ ଜୁନ୧ରୁ ୫ତାରିଖରେ ଶେଷ ହୋଇଥିବା ବେଳେ ୨ୟ ସୁଯୋଗ ଜୁନ ୧୧ରୁ ୧୨ ୨ଦିନ ଧରି +୨ ପରିଷଦ ପକ୍ଷରୁ ଦିଆଯାଇଛି ।

ଜୁନ ୧୩ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ଡକ୍ୟୁମେଣ୍ଟ ଅପ୍‌ଲୋଡ କରିବାକୁ କୁହାଯାଇଛି । ଜୁନ ୨୦ତାରିଖରେ ଆବେଦନକାରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ । ଜୁନ ୨୮ରେ ପରୀକ୍ଷା ହେବ । ଜୂଲାଇ ୧୫ରେ ଫଳ ପ୍ରକାଶ କରାଯିବ ବୋଲି +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡା ସୂଚନା ଦେଇଛନ୍ତି । ତେବେ ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଇନ୍‌ଷ୍ଟାଣ୍ଟ ପରୀକ୍ଷାରେ ପ୍ରାୟ ୧୫ଶହ ଛଶତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି।

Leave a comment