ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା
ଆଜିଠୁ ଆରମ୍ଭ ହୋଇଛି +୨ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏରେ ସରିବ । ତେବେ ୩୦ ମିନିଟ ପୂର୍ବରୁ ପହଞ୍ଚିବେ ପରୀକ୍ଷାର୍ଥୀ । କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ ।
ସେହିଭଳି ଏକ୍ସ ରେଗୁଲାରରେ ୨୬ ହଜାର ୫୨ ଜଣ ପରୀକ୍ଷାର୍ଥୀ । ପ୍ରତିଦିନ ଗୋଟିଏ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମୋଟ ୧୯ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୧୧୬୦ଟି କେନ୍ଦ୍ର, ୨୦୨ଟି ପରୀକ୍ଷା ନିୟନ୍ତ୍ରଣ ହବ ।