ଓଡିଶା ପାଇଁ ଖୁସି ଖବର : ଗତକାଲି ପରୀକ୍ଷା ହୋଇଥିବା ସମସ୍ତ ୧୧୯୭ ନମୁନା ନେଗେଟିଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଅର୍ଥାତ ୧୫ ଏପ୍ରିଲ କରୋନା ଲଢ଼େଇରେ ଓଡିଶା ପାଇଁ ଏକ ଶୁଭ ଦିନ ଥିଲା। କାରଣ ବୁଧବାର ଦିନ ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା ହୋଇଥିଲା। ତେବେ ସେ ସମସ୍ତ ନମୁନା ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୬୭୩୪ ନମୁନା ପରୀକ୍ଷା ହୋଇଛି।

ଏଥିରୁ ୬୬୭୪ ନମୁନା ନେଗେଟିଭ୍‌ ଆସିଛି। ମୋଟ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଏଯାଏ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବୁଧବାରର ଅନ୍ୟ ଏକ ଖୁସି ଖବର ହେଲା ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବ୍‌ ଶୀଘ୍ର ଡିସଚାର୍ଜ କରାଯିବ।

Leave a comment