ଶ୍ମଶାନ ଗ୍ୟାଲେରି ଛାତ ଖସି ୧୭ ମୃତ, ଉଦ୍ଧାର ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ ର ମୁରାଦନଗର ଥାନା ଅଞ୍ଚଳରେ ଥିବା ବମ୍ବା ରୋଡ୍ ସ୍ଥିତ ଏକ ଶ୍ମଶାନ ପରିସରର ଗ୍ୟାଲେରିର ଛାତ ଭୁଶୁଡି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୨ରୁ ଊର୍ଦ୍ଧ୍ୱ ଲୋକ ଫସି ରହିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଲୋକଙ୍କ ଉପରେ ଛାତ ଖସି ପଡିଛି। ଅନ୍ୟପଟେ ଆଜି ଦିଲ୍ଲୀ ସମେତ ଅନେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏନଡିଆରଏଫର ଦଳ ନିୟୋଜିତ ଅଛନ୍ତି।

Leave a comment