ଦକ୍ଷିଣ ଚୀନ୍‌ କାଫେଟେରିଆରେ ବିସ୍ଫୋରଣ, ୧୬ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ଚୀନର ଏକ ଅଫିସ୍ କ୍ୟାଫେଟେରିଆରେ ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଚୋଙ୍ଗକିଙ୍ଗ ନଗର ପ୍ରଶାସନ ଏକ ଅନଲାଇନ୍ ବିବୃତ୍ତିରେ କହିଛି ଯେ ବିସ୍ଫୋରଣର କାରଣ ଗ୍ୟାସ ଲିକରୁ ହୋଇଥାଇପାରେ । ଅଧିକାରୀଙ୍କ କହିବା ଅନୁଯାୟୀ ଉଦ୍ଧାର କର୍ମଚାରୀମାନେ ସାରା ରାତି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

ଫଳରେ ମଧ୍ୟରାତ୍ରି ସୁଦ୍ଧା ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ୱାଲଙ୍ଗ ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ ପ୍ରାୟ ରାତି ୧୨.୧୦ରେ ବିସ୍ଫୋରଣ ଘଟିଥିଲା ​ । ଏହି ଜିଲ୍ଲା ଚୋଙ୍ଗକିଙ୍ଗ ସହର କେନ୍ଦ୍ରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଅବସ୍ଥିତ ।

Leave a comment