ରାଜଧାନୀକୁ ଡେଙ୍ଗୁ ଭୟ: ଆସିଲା ପ୍ରଥମ ମୃତ୍ୟୁ ଘଟଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀକୁ ଡେଙ୍ଗୁ ଭୟ। କୋଭିଡ୍ ଭୟ ନ ଯାଉଣୁ ଭୁବନେଶ୍ୱରରେ ଧସେଇ ପଶିଛି ଡେଙ୍ଗୁ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା ମଧୁସ୍ମିତା ଦାଶ ଆଖି ବୁଜିଛନ୍ତି। ଦୁଇ ଦିନ ପୂର୍ବରୁ ତାଙ୍କୁ ଜ୍ୱର ହେଉଥିଲା। ଏହାପରେ ଏକ ଘରୋଇ ଲାବରେ ଡେଙ୍ଗୁ ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେପଟେ ଗତକାଲି ଗୋଟିଏ ଦିନରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।