ଯାଜପୁରରୁ ହଟିଲା ୧୪୪ ଧାରା, ସଚେତନ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ  ଜିଲ୍ଲା ପ୍ରଶାସନ ଉଠାଇ ଦେଇଛି।  ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏକ ମାସିଆ ପ୍ରଶିକ୍ଷଣ ନେଇ ଫେରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ସେ ସଦର ମହକୁମା ଡାକ୍ତରଖାନା ଓ ଜିଲ୍ଲାର ଅନ୍ୟାନ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ପରେ ସେ ଜିଲ୍ଲାବାସୀଙ୍କୁ କରୋନାର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ବ୍ୟାପକ ଜନଗହଳି,ମେଳା, ମହୋତ୍ସବ ଆଦିରୁ ଜିଲ୍ଲାବାସୀ ଦୁରେଇ ରହିବା ପାଈଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏକ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।

Leave a comment