ରାଜ୍ୟରେ ଦିନକରେ ସର୍ବାଧିକ ସୁସ୍ଥ ହେଲେ ୧୪୦୯ ଜଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୪୪୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।
Happy to share that Odisha achieves another record with the discharge of 1409 #COVID19 patients today!
The total recovered cases of Odisha now stand at 24482.
258 from Ganjam
218 from Khurdha
128 from Rayagada
122 from Sundergarh
121 from Puri
120 from Gajapati— H & FW Dept Odisha (@HFWOdisha) August 4, 2020
ଗଞ୍ଜାମ ଜିଲ୍ଲାରୁ ୨୫୮ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧୮ଜଣ, ରାୟଗଡାରୁ ୧୨୮ଜଣ, ସୁନ୍ଦରଗଡରୁ ୧୨୨ଜଣ, ପୁରୀରୁ ୧୨୧ଜଣ, ଗଜପତିରୁ ୧୨୦ଜଣ, କୋରାପୁଟରୁ ୮୪ଜଣ, କଟକରୁ ୬୮ଜଣ, ବାଲେଶ୍ୱରରୁ ୫୮ଜଣ, ନବରଙ୍ଗପୁରରୁ ୩୪ଜଣ, କନ୍ଧମାଳରୁ ୩୦ଜଣ, ଯାଜପୁରରୁ ୨୫ଜଣ, ମାଲକାନଗିରିରୁ ୨୪ଜଣ, କେନ୍ଦୁଝରରୁ୧୯ଜଣ, ବଲାଙ୍ଗିରରୁ ୧୬ଜଣ, ବରଗଡ ଓ କେନ୍ଦ୍ରାପଡାରୁ ୧୨ଜଣ ଲେଖାଏଁ, ଝାରସୁଗୁଡାରୁ ୧୧ଜଣ, ନୟାଗଡରୁ ୧୦ଜଣ, ବୌଦ୍ଧରୁ ୯ଜଣ, ନୂଆପଡାରୁ ୮ଜଣ, ମୟୁରଭଞ୍ଜରୁ ୭ଜଣ, ଢେଙ୍କାନାଳରୁ ୫ଜଣ, ଭଦ୍ରକରୁ ୪ଜଣ, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ଦେବଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।