ଧନତେରସରେ ୧୪୦ କୋଟି ଟଙ୍କାର ସୁନା କାରବାର

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧନତେରସ ଦିନ ସୁନା, ରୂପା ବା ଅନ୍ୟ କୌଣସି ମୂଲ୍ୟବାନ ଧାତୁ କିଣିଲେ ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି । ଫଳରେ ଘର ଧନଧାନ୍ୟ ଓ ସୁଖ ସମୃଦ୍ଧିରେ ପୁରିରୁହେ ବୋଲି ମାନ୍ୟତା ରହିଛି । ତେଣୁ ଗତକାଲି ଧନତେରସ ଥିବାରୁ ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ନାହିଁନଥିବା ଭିଡ । ଲୋକଙ୍କ ମନମୁତାବକ ସୁନ୍ଦର ଓ ଆଧୁନିକ ଡିଜାଇନର ଗହଣାରେ ଦୋକାନ ଗୁଡିକ ମଧ୍ୟ ପରିପୂର୍ଣ୍ଣ ଥିଲା । ଗତକାଲି ସୁନା ଦର ୧୦ ଗ୍ରାମକୁ ୩୨ ହଜାର ଟଙ୍କା ପାଖାପାଖି ରହିଥିବା ବେଳେ ସମଗ୍ର ରାଜ୍ୟରେ ପ୍ରାୟ ୧୪୦ କୋଟି ଟଙ୍କାର ସୁନା କାରବାର ହୋଇଥିବା ସୂଚନା ମିଳିଛି ।

କିଛି ପ୍ରମୁଖ ଗହଣା ଦୋକାନୀଙ୍କ କହିବା ମୁତାବକ, ଗତବର୍ଷ ଅପେକ୍ଷା ଏବର୍ଷ ଧନତେରସ ସୁନାଦର ପାଖାପାଖି ୨୦୦୦ଟଙ୍କା ଅଧିକ ଥିବା ସତ୍ତ୍ୱେ ଏବର୍ଷ ଆରବର୍ଷ ଅପେକ୍ଷା ୧୨ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଛି । କେବଳ ରାଜଧାନୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ୭୨ କୋଟି ସୁନା ବିକ୍ରି ହୋଇଥିବା ବେଳେ ପ୍ଲାଟିନମ ଓ ରୂପା ମଧ୍ୟ ଅଧିକ ମାତ୍ରାରେ ବିକ୍ରି ହୋଇଥିବା ସୂଚନା ମିଳିଛି ।

Leave a comment