ଭାରତୀୟ ସେନାକୁ ୧୧୮ଟି ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ମୋଦୀ ଦେଶ- ବିଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ସେନା ପ୍ରମୁଖ ଜେନେରାଲ ଏମଏମ ନରବାଣେଙ୍କୁ ଅର୍ଜୁନ ମେନ ବେଟେଲ ଟ୍ୟାଙ୍କ୍ ହସ୍ତାନ୍ତର କରିଛନ୍ତି। ଅର୍ଜୁନ ଟ୍ୟାଙ୍କକୁ ଡିଆରଡିଓ ପ୍ରସ୍ତୁତ କରିଛି। ଏହି ଯୁଦ୍ଧ ଟ୍ୟାଙ୍କ ଆଜି ଭାରତୀୟ ସେନାରେ ସାମିଲ ହୋଇଯାଇଛି। ଏହି ନୂଆ ଯୁଦ୍ଧ ଟ୍ୟାଙ୍କକୁ ରାଜସ୍ଥାନର ରେଗିସ୍ତାନରେ ଭାରତ-ପାକିସ୍ତାନ ସୀମାରେ ନିଯୁକ୍ତ କରାଯିବ। ଏଥିସହିତ ମୋଦୀ ୩,୭୭୦ କୋଟି ଲଗାଣରେ ନିର୍ମାଣ ହୋଇଥିବା ମେଟ୍ରୋ ରେଳ ଫେଜ୍-୧ ଏକ୍ସଟେନସନର ମଧ୍ୟ ଉଦଘାଟନ କରିଛନ୍ତି। ବାସରମେନପେଟରୁ ବିମକୋ ନଗର ପର୍ଯ୍ୟନ୍ତ ଯାତ୍ରୀ ସେବାକୁ ସବୁଜ ପତାକା ଦେଖାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜି ଚେନ୍ନାଇ ଆସି ଖୁବ୍ ଖୁସି ଅଛି। ଏହି ମହାନ ସହରରେ ରହୁଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଦେଉଛି। ଚେନ୍ନାଇ ସହର ଜ୍ଞାନର ଭଣ୍ଡାର। ଆଜି ଏଠାରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଉଦଘାଟନ କରାଯାଇଛି ଯାହାକି ତାମିଲନାଡ଼ୁର ବିକାଶରେ ବିଶେଷ ଭୂମିକା ନିର୍ବାହ କରିବ। ରେକର୍ଡ ମାତ୍ରାରେ ଖାଦ୍ୟଶସ୍ୟ ଉତ୍ପାଦନ କରିଥିବାରୁ ଏଠାକାର କୃଷକଙ୍କୁ ଧନ୍ୟବାଦ। ଏଠାକାର କୃଷକ ବେଶ୍ ସମୃଦ୍ଧ। କୃଷକ ସମୃଦ୍ଧ ହେଲେ ଦେଶ ସମ୍ପନ୍ନ ହେବ।

Leave a comment