କୋଟାରୁ ଫେରୁଛନ୍ତି ୧୧୬ ଛାତ୍ରଛାତ୍ରୀ, ୩୦ ଘଣ୍ଟାରେ ଓଡିଶା ପହଞ୍ଚିବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନର କୋଟା ଓ ମହାବୀର ନଗରରେ ଫସିଥିବା ରାଉରକେଲାର ୧୧୬ ଛାତ୍ରଛାତ୍ରୀ ଓଡିଶା ଫେରୁଛନ୍ତି। ଆଜି ଦିନ ପ୍ରାୟ ୧୦ଟା ୧୫ ମିନିଟ ସମୟରେ କୋଟାର ଲାଣ୍ଡମାର୍କ ସିଟି, ମହାବୀର ନଗରରୁ ୪ ଟି ବସରେ ବାହାରିଥିବା ଜଣାପଡିଛି।
ସୂଚନାଯୋଗ୍ୟ,ସେଠାରୁ ବାହାରିବା ପୂର୍ବରୁ ବସଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ସ୍କ୍ରିନିଂ କରାଯିବ ପରେ ବସରେ ଚଢା ଯାଇଥିଲା ବୋଲି କୋଟାରୁ ଆସୁଥିବା ଅଭିଭାବକ ବିଜୟ କୁମାର ମାଟିଆ କହିଛନ୍ତି । ସେ କହିଛନ୍ତି ରାଉରକେଲାରେ ପହଞ୍ଚିବାକୁ ପ୍ରାୟ ୩୦ଘଣ୍ଟା ସମୟ ଲାଗିବ। ପ୍ରତ୍ୟକ ଛାତ୍ରଛାତ୍ରୀ ୪ ହଜାର କରି ବସ ଭଡ଼ା ଦେଇଛନ୍ତି।