ଖୁବ୍ ଶୀଘ୍ର ନିଯୁକ୍ତ ହେବେ ୧୧,୪୫୦ ଶିକ୍ଷକ, ୨୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି : ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ନିଯୁକ୍ତ ହେବେ ୧୧, ୪୫୦ ଶିକ୍ଷକ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୪୬୧୯ଗୋଟି ଶିକ୍ଷକ ପଦବୀ ପୂରଣ କରାଯିବ । ୨୦୫୫ ହୀନ୍ଦି, ୧୩୦୪ ସଂସ୍କୃତ ଏବଂ ୧୨୬୦ପିଇଟି ପଦବୀ ପୂରଣ ହେବା ପାଇଁ ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ଗୋଟି TGT ଏବଂ ତେଲଗୁ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ଗୋଟି ନୂତନ ସୃଷ୍ଟି ହୋଇଥିବା TGT, କ୍ଲାସିକାଲ ଏବଂ ହୀନ୍ଦି ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।