ଭାରତରେ ୩୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧୦୭୪

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ ବଢିଚାଲିଛି ମହାମାରୀ କରୋନା ପ୍ରଭାବ। ଏବେ ଦେଶରେ ୩୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩ ହଜାର ୫୦ ରେ ପହଁଚିଛି। ସେହିଭଳି ଭାରତରେ ୧୦୭୪ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ,ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨୫ ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୬୫୧ ସକ୍ରିୟ ଅଛନ୍ତି। ଏବେ ୨୩ ହଜାର ୬୫୧ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୪ଘଣ୍ଟାରେ ୧୭୧୮ଟି ମାମଲା ସାମନାକୁ ଆସିଛି। ମହରାଷ୍ଟ୍ରରେ ସ୍ଥିତି ବିଗିଡିବାରେ ଲାଗିଛି। ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୨୮ ପଜିଟିଭ ଥିବା ବେଳେ ସେଥିରୁ ୮୮ ଜଣ ସକ୍ରିୟ ଥିବା ଜଣାପଡିଛି।