ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟି ମଞ୍ଜୁର; ଉପକୃତ ହେବେ ୪ଲକ୍ଷ ୫୦ହଜାର ପରିବାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସହାରଞ୍ଚଳ ଗରିବଙ୍କ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଯୋଜନାରେ ୧୧୪ଟି ପୌରଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ।
ଏହା ଚଳିତ ଏପ୍ରିଲ ସାମରୁ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ମିଶନ ଶକ୍ତିର ସହାୟତା ଓ ସହଭାଗିତାରେ ଚାଲିବ। ପ୍ରତି ସପ୍ତାହରେ ହିତାଧିକାରୀଙ୍କ ମଜୁରୀ ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ରାଜ୍ୟରେ ୧୧୪ଟିପୌରାଞ୍ଚଳ ଗୁଡିକରେ ରହୁଥିବା ଶ୍ରମିକ,ଗରିବ ଦିନମଜୁରିଆ ମାନଙ୍କ ପାଇଁ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ।

Leave a comment