ଏମ୍ସ ପ୍ଲସ କରିବାକୁ ଏସସିବି ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଏସସିବି ମେଡିକାଲ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖର୍ଚ୍ଚରେ ଅତ୍ୟାଧୁନିକ ତିନି ହଜାର ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ଏସସିବିକୁ ଦେଶର ଶ୍ରେଷ୍ଠ ୩ ମେଡିକାଲ କଲେଜ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ହସ୍ପିଟାଲରେ ରୋଗୀଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । ଏସସିବିକୁ ଏମ୍ସ ପ୍ଲସ ଭାବେ ତିଆରି କରାଯିବ । ଲୋକସେବା ଭବନରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହିପରି ଏକ ବଡ଼ ନିଷ୍ପତ୍ତି ।

କଟକ ମେଡିକଲର ଡାକ୍ତର ଓ ରୋଗୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ସନ୍ଧ୍ୟା ୬.୩୦ମିନିଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ବସିଥିଲା । ଏହି ବୈଠକରେ ୫ଟି ସଚିବ ଭି କେ ପଣ୍ଡିଆନ, କଟକ ମେଡିକାଲର ସମସ୍ତ ବିଭାଗର ମୁଖ୍ୟ, ଡାକ୍ତରୀ ଛାତ୍ର ଓ ପରିଚାଳନା ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ ।

ସୂଚନା ଅନୁଯାୟୀ, ଆଜି ସକାଳୁ ୫ଟି ସଚିବ ଭି କେ ପଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ କଟକ ମେଡ଼ିକାଲ ପରିଦର୍ଶନରେ ଯାଇଥିଲେ । ସେଠାରେ ୫ଟି ସଚିବ ଭି କେ ପଣ୍ଡିଆନ ଡାକ୍ତର ଓ ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ସେହିପରି କଟକ ମେଡିକାଲର ସାମଗ୍ରିକ ବିକାଶ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ପୂର୍ତ୍ତ ବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର ଏହି ରୋଡ ମ୍ୟାପ ସମ୍ୱନ୍ଧରେ ୫ଟି ସଚିବ ଭି କେ ପଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ।0ପିପି

Leave a comment