ଭୁଶୁଡ଼ି ପଡିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି

ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି ଭୁଶୁଡ଼ି ଯାଇଛି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ଜନପଥ ପଟକୁ ରହିଥିବା ଏହି ପାଚେରି ଭୁଶୁଡ଼ି ବିଶ୍ୱବିଦ୍ୟାଳୟରେ ବଗିଚାରେ ପଡ଼ିଛି। ତେବେ ସୌଭାଗ୍ୟବଶତଃ ପାଚେରି ଭୁଶୁଡ଼ି ସମୟରେ ବଗିଚାରେ କେହି ନଥିଲେ। ତେଣୁ କେହି ହତାହତ ହୋଇ ନାହାନ୍ତି। ଦୁଇ ମାସ ତଳେ ଏହି ପାଚେରି ନିର୍ମାଣ ହୋଇଥିଲା।
ନିମ୍ନମାନର କାମ ହୋଇଥିବା ଯୋଗୁ ପାଚେରି ଭୁଶୁଡ଼ି ପଡ଼ିଲା ବୋଲି ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି। ପୁରୁଣା ପାଚେରିରେ ଇଟା ଯୋଡ଼ି ଏହାକୁ ଉଚ୍ଚ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।