ସାଗଠନକୁ ମଜଭୁତ କରିବେ ୧୦ ବିଜେପି ନେତା, ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଟିକେଟ ବଣ୍ଟନ ପରେ ସବୁ ଦଳରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହି ଅସନ୍ତୁଷ୍ଟଙ୍କୁ ମନାଇବାକୁ ସବୁଦଳ ସେମାନଙ୍କ ଥଇଥାନ କରିବା ଆରମ୍ଭ କରିଦେଲେଣି । ବିଜେଡିରେ ଏହା ବହୁପୂର୍ବରୁ ଆରମ୍ଭ ହୋଇଯାଇଥିବା ବେଳେ ବିଜେପି ମଧ୍ୟ ସମାନ ଢଙ୍ଗରେ ଥଇଥାନ ଆରମ୍ଭ ହୋଇଯାଇଛି । ସେହି ଆଶାୟୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି । ସେମାନେ ସାଙ୍ଗଠନିକ ସ୍ତରରେ ଦଳକୁ ମଜଭୁତ କରିବେ । ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଏହି ଦାୟିତ୍ୱ ପ୍ରଦାନ କରିଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
ରାଜ୍ୟ ଉପ ସଭାପତି ଭାବେ ଶଙ୍କର୍ଷଣ ପରିଡ଼ା ଓ ଭୁବନ ମୋହନ ଜେନା, ରାଜ୍ୟ ସମ୍ପାଦକ ଭାବେ ପ୍ରଶାନ୍ତ ଆଦିତ୍ୟ, ଚଣ୍ଡି ପ୍ରସାଦ ସିଂ ଓ ଶୁଭଙ୍କର ମହାପାତ୍ର ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଦୀନବନ୍ଧୁ ପତିଙ୍କୁ ରାଜ୍ୟ ମୁଖପାତ୍ର, ସୁରଜ ପାଇକରାୟଙ୍କୁ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ, ଶୁଭଙ୍କର ମହାପାତ୍ରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଓ କମଳେନ୍ଦୁଲାଲ୍ ମହାନ୍ତଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଭାବେ ନିଯୁକ କରାଯାଇଛି ।