ତିରୁପତି ମନ୍ଦିରକୁ ୧ କୋଟି ଟଙ୍କାର ସୁବର୍ଣ୍ଣ ଖଣ୍ଡା ଦାନ କଲେ ଦମ୍ପତ୍ତି
ଓଡ଼ିଶାଫାଷ୍ଟ (ବ୍ୟୁରୋ): ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଜଣେ ଶିଳ୍ପପତି ୧ କୋଟି ଟଙ୍କା ମୂଲ୍ୟରେ ସୁନା ନିର୍ମିତ ଏକ ଖଣ୍ଡା ତିରୁପତି ମନ୍ଦିରକୁ ଦାନ ଦେଇଥିବା ଜଣାପଡିଛି । ଏହି ସୁନା ଖଣ୍ଡାର ଓଜନ ୫ କିଲୋ ହୋଇଥିବାବେଳେ ଏଥିରେ ୨ କିଲୋ ସୁୁନା ଓ ୩ କିଲୋ ରୁପା ବ୍ୟବହୃତ ହୋଇଛି । ସୂର୍ଯ୍ୟକଟାରୀ ନାମରେ ନାମିତ ଏହି ସୁନା ଖଣ୍ଡାକୁ ଭକ୍ତଜଣକ ସୋମବାର ତିରୁପତି ଦେବସ୍ଥାନମ ବୋର୍ଡର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ପ୍ରଭୁ ଭେଙ୍କଟେଶ୍ୱରଙ୍କର ପରମ ଭକ୍ତ ବୋଲାଉଥିବା ଶିଳ୍ପପତିଜଣକ ଗତବର୍ଷ ତିରୁପତି ମନ୍ଦିରକୁ ସୁନା ଖଣ୍ଡା ଉପହାର ଦେବାକୁ ମନସ୍ଥ କରିଥିଲେ । ତେବେ କୋଭିଡ୍ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା ।