୩ ଦିନରେ ସରିବ ବର୍ଷା ଜନିତ କ୍ଷୟକ୍ଷତି ଆକଳନ, ମିଳିବ କ୍ଷତିପୂରଣ- ମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ଅଦିନିଆ ବର୍ଷା କାରଣରୁ ଅନେକ ସ୍ଥାନରେ ଫସଲ ନଷ୍ଟ ଖବର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ବର୍ଷାରେ ଓଦା ହେବା ପରେ ଧାନ ଏବେ ଗଜା ହେବା ଉପରେ । ୩ ଦିନ ଭିତରେ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ସାରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଚାରି ଦିନ ଭିତରେ କ୍ଷୟକ୍ଷତି ଆକଳନ ସାରି ପଞ୍ଚମ ଦିନ କ୍ଷତିପୂରଣ ରାଶି ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।
ଆପଣଙ୍କୁ କହିରଖୁଛୁ ଯେ, ଅଦିନିଆ ବର୍ଷା କାରଣରୁ ରାଜ୍ୟର ଅନେକ ସ୍ଥାନରେ ଚାଷୀ ଏବେ ଚିନ୍ତାରେ । ବାଲିପାଟଣା ବ୍ଲକ ନରିସ ପଞ୍ଚାୟତ ଏବଂ ବାଲୁଗାଁର ଏକର ଏକର ଜମି ଜଳମଗ୍ନ ହେବା କାରଣରୁ ଧାନ ବିଲ ଏବଂ ଖଳାରେ ଓଦା ହୋଇଯାଇଛି । ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।
ଅନ୍ୟପଟେ, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏପରି ସ୍ଥିତିରେ ଚାଷୀଙ୍କ ଉପରେ ଆହୁରି ପ୍ରଭାବ ପଡିପାରେ ବୋଲି କୁହାଯାଉଛି ।

Leave a comment