୧୦୦ ଲୋକରେ ବିବାହ, ଖାଇ ପାରିବେନି ଖାଦ୍ୟ ପୁଡିଆ ନେଇ ଯିବେ ଘରକୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଢ଼ୁଥିବା କରୋନା ସଂଖ୍ୟା କୁ ଦୃଷ୍ଟିରେ ରଖି ଗଞ୍ଜାମରେ କଡାକଡି ହୋଇଛି କୋଭିଡ୍ ନିୟମ । ମୋଟ୍ ୧୦୦ ଜଣ ଲୋକଙ୍କୁ ନେଇ ବିବାହ ଉତ୍ସବ ହେବା ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ସେହିପରି ବାହାଘର ଭୋଜିରେ ଆଉ ବାହାର ଖାଦ୍ୟ ନୁହେଁ, ଏଥର ଦିଆଯିବ ଖାଦ୍ୟ ପୁଡିଆ । ଯଦି ଏଥିରେ ବ୍ୟତ୍ରିକମ ଦେଖାଯାଏ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି ।

Leave a comment