ହିନ୍ଦୁ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ଏହି ଜିନିଷ ଧନ ବୃଦ୍ଧି ହେବ !

0

ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶୈଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥି କୁ ଅକ୍ଷୟ ତୃତୀୟୀ ବୋଲି କହିଥାନ୍ତି । ଏହି ତିଥି ବା ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦାନ କର୍ମ କୁ ବହୁତ ପୂର୍ଣ୍ଣ୍ୟ କର୍ମ ବୋଲି କୁହାଯାଇଥାଏ । ଏହିଦିନ କୌଣସି ବି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ । ଏହି ଅକ୍ଷୟ ତୃତୀୟା ଦିନ ସର୍ବତ ସିଦ୍ଧି ଯୋଗ କାରକ ବୋଲି କୁହାଯାଇଥାଏ । ଏହି ଦିନର ପ୍ରତ୍ୟେକ ମୂହୁର୍ତ୍ତ ଅର୍ଥାତ୍ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟର ଆରମ୍ଭ ବା ଅନୁକୁଳ କଲେ ବହୁତ ଶୁଭ ଫଳ ଦେଇଥାଏ । ଅକ୍ଷୟ ଅର୍ଥାତ୍ ଯାହାର କ୍ଷୟ ହୁଏ ନାହିଁ ବା କେବେ ବି ତାହା ସରେ ନାହିଁ । ଅନନ୍ତ ଫଳଦାୟତ ହୋଇଥାଏ । ତୃତୀୟ ଅର୍ଥାତ୍ ମାସର ତୃତୀୟ ତିଥି ଅଟେ ।ଏଣୁ ଏହାର ନାମ ଅକ୍ଷଯ ତୃତୀୟୀ ରହିଅଛି ।
ଏହିଦିନ ନୂଆ ଗାଡି କିଣିବା , ଗୃହ ପ୍ରବେଶ କରିବା ,ଘର ଅନୁକୁଳ କରିବା , ସୁନାରୂପା କିଣିବା , ବିବାହ ଶ୍ରାଦ୍ଧ କାର୍ଯ୍ୟ କରିବା , ସ୍ନାନ ବା ବୁଡ ପକାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ମାନ୍ୟତା ଅଛି କି ଭଗବବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ପର୍ଶୁରାମ ଙ୍କ ଜନ୍ମ ହୋଇଥିଲା । ଏହା ସହିତ ଏହି ଦିନ ମାତା ଗଙ୍ଗା ଏହିଦିନ ଧରିତ୍ରୀରେ ପଦାର୍ପଣ କରିଥିଲେ ଏବଂ ସତ୍ୟ ଯୁଗ, ତ୍ରେତୟା ଯୁଗ ଓ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା ।ଏହିଦିନ ଜୀବଜନ୍ତୁଙ୍କର ସେବା କରିବା ,ଭୋଜନ ଦେବା, ବସ୍ତ୍ର ଦାନ କରିବା ରେ ଅକ୍ଷୟ ପୂର୍ଣ୍ଣ୍ୟ ଫଳ ମିଳିଥାଏ । ଏହିଦିନ ଯେଉଁ କାର୍ଯ୍ୟ କରିଥିଲେ ତାହା ସଫଳ ହୋଇଥାଏ ।ଏହି ଅକ୍ଷୟ ତୃତୀୟା ପର୍ବ କୁ ଅତି ଆନନ୍ଦର ସହ ପାଳନ କରାଯାଇଥାଏ ।ଏହିଦିନ ଶ୍ରୀ ଜଗନ୍ନାଥ ଙ୍କର ରଥକାଠ ଅନୁକୁଳ ହୋଇଥାଏ । ଚାଷୀଭାଇମାନେ କ୍ଷେତରେ ପୂଜାକରି ଭୋଗ ଲଗାଇ ହାତରେ ଶସ୍ୟମୁଠା ଧରି ବୁଣିଥାଏ । ଏଣୁ ଏହାର ନାମ ଅକ୍ଷିମୁଠି ବୋଲି ରହିଅଛି ।

ଏହିଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଜୀବନରେ ଉନ୍ନତି ଧନ ବୈବଭର ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରାଯାଇଥାଏ ,ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପାଇବା ସହ ଅକ୍ଷୟ ଧନର ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହିଦିନ କେଉଁସବୁ ଜିନିଷ ଘରକୁ ଆଣି ମାତା ଲକ୍ଷ୍ମୀଙ୍କୁ ଖୁସି କରିପାରିବେ ।।

୧- ଏହିଦିନ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ସୁନା ବା ରୂପାର ଘରକୁ ଆଣିବାର ନିୟମ ରହିଛି ।

୨- କଉଡି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏଣୁ ଏହିଦିନ କିଛି ଦିନ କଉଡି ଆଣି ତାକୁ ହଳଦୀରେ ମଖାଇ ପୂଜା ସ୍ଥାନରେ ରଖି ଏହାର ନୟମିତ ପୂଜା ଅବଶ୍ୟ କରନ୍ତୁ ।

୩- ଏକ ଆଖିଆ ନଡିଆ ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ । ଏହିଦିନ ପୂଜା ସ୍ଥାନରେ ଏହାକୁ ସ୍ଥାପନ କରି ବିଧିବାିଧାନରେ ନୟମିତ ପୂଜା କରନ୍ତୁ ।

୪- ଏହିଦିନ ମାତା ଲକ୍ଷ୍ମୀଙ୍କର ପ୍ରତିମା କୁ ଘରକୁ ଆଣି ବିଧିବିଧାନ ର ସହ ନିୟମିତ ପୂଜା କରନ୍ତୁ ।

୫- ଦକ୍ଷିଣାବତୀ ଶଂଙ୍ଖକୁ ଏହିଦିନ ଆଣି ପୂଜା ଘରେ ରଖିବା ଦ୍ୱାରା ଆପଣଙ୍କୁ କୋଟି ପୂର୍ଣ୍ଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।

Leave a comment