ହନୁମାନ ନିଜ ଲିଖିତ ରାମାୟଣକୁ ସମୁଦ୍ରକୁ କାହିଁକି ଫିଙ୍ଗିଥିଲେ

0

ଭଗବାନ ରାମଚନ୍ଦ୍ରଙ୍କର ଜୀବନ ଉପରେ ଆଧାରିତ ରାମାୟଣ ଅନେକ ପ୍ରକାରରେ ରଚନା କରାଯାଇଛି ଯେପରିକି ଆଦି ରାମାୟଣ ବା ବାଲ୍ମୀକି ରାମାୟଣ, ଶ୍ରୀରାମଚରିତମାନସ,ଅଦ୍ଭୁତ ରାମାୟଣ ଏବଂ ଆନନ୍ଦ ରାମାୟଣ । କିନ୍ତୁ ଆପଣ ଜାଣନ୍ତି କି ନିଜ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କୁ ସମର୍ପିତ ଏକ ରାମାୟଣ ସ୍ୱୟଂ ହନୁମାନ ଲେଖିଥିଲେ , ଯାହା ” ହନୁମଦ ରାମାୟଣ ” ନାମରେ ପ୍ରସିଦ୍ଧ । ଏହାକୁ ପ୍ରଥମ ରାମାୟଣ ବୋଲି କେହି କେହି କୁହନ୍ତି । କିନ୍ତୁ ସ୍ବୟଂ ହନୁମାନ ନିଜ ଦ୍ୱାରା ରଚିତ ରାମାୟଣକୁ ସମୁଦ୍ରରେ ଫିଙ୍ଗିଦେଇଥିଲେ । ହେଲେ ଏପରି ସେ କାହିଁକି କରିଥିଲେ ? ତାହେଲେ ଆସନ୍ତୁ ଜାଣିବା କଣ ରହିଥିଲା ଏହା ପଛର କାରଣ ।

ଶାସ୍ତ୍ର ଅନୁଯାୟୀ ସର୍ବପ୍ରଥମେ ରାମ କଥା ହନୁମାନଙ୍କ ଦ୍ୱାରା ରଚିତ ହୋଇଥିଲା । ନିଜ ନଖ ସହାୟତାରେ ଏକ ପଥର ଚଟାଣ ଉପରେ ସେ ଏହି ରାମକଥା ରଚନା କରିଥିଲେ । ଏହି ରାମକଥା ବାଲ୍ମୀକିଙ୍କ ଦ୍ୱାରା ରଚିତ ରାମାୟଣ ପୂର୍ବରୁ ରଚନା କରାଯାଇଥିଲା ଯାହା ” ହନୁମଦ ରାମାୟଣ ” ନାମରେ ପ୍ରସିଦ୍ଧ ହେଲା । ଭଗବାନ ଶ୍ରୀରାମ ଲଙ୍କାରେ ରାଵଣର ବଧ କରିବା ପରେ ଅଯୋଧ୍ୟା ଫେରିଆସିଥିଲେ । ସେ ଅଯୋଧ୍ୟା ରାଜସିଂହାସନରେ ଆସୀନ ହୋଇସାରିଥିଲେ । ଏହି ସମୟରେ ହନୁମାନ ହିମାଳୟ ଚାଲିଗଲେ । ସେଠାରେ ସେ ଶିବଙ୍କୁ ତପସ୍ୟା କଲେ ଏବଂ ପ୍ରତିଦିନ ନିଜ ନଖରେ ରାମାୟଣ କଥା ରଚନା କରୁଥିଲେ । ଏହିପରି ସେ ପ୍ରଭୁ ଶ୍ରୀରାମଙ୍କ ମହିମା ଉଲ୍ଲେଖ କରି ” ହନୁମଦ ରାମାୟଣ ” ରଚନା କରିଥିଲେ ।

Leave a comment