ସାବଧାନ! ଭୁଲରେ ବି ଖାଆନ୍ତୁ ନାହିଁ ଏହି ଫଳ ମଞ୍ଜି, ଯାଇପାରେ ଜୀବନ

0

ଫଳ ବା ଫଳରସ ସେବନ ଦ୍ଵାରା ଶରୀରକୁ ଶକ୍ତି ଏବଂ ପୋଷକ ତତ୍ତ୍ୱ ମିଳିଥାଏ। ଅସୁସ୍ଥ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫଳ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କିନ୍ତୁ ବେଳେବେଳେ ଏକ ଛୋଟ ଭୁଲ ଯୋଗୁଁ, ଏହି ଫଳଗୁଡ଼ିକ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଯାଏ। ବାସ୍ତବରେ, କିଛି ଫଳ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ବିଷ ପରି କାର୍ଯ୍ୟ କରିଥାଏ। ସେମିତି ଗୋଟିଏ ଫଳ ହେଉଛି ସେଓ। ସେଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ, ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । କିନ୍ତୁ ଏହାର ମଞ୍ଜି ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେଓ ଯେଉଁ ପରି ଆମ ପାଇଁ ଲାଭଦାୟକ ହୋଇଥାଏ ତାହାର ମଞ୍ଜି ତାଠୁ ଅଧିକ ବିପଦ ସୃଷ୍ଟି କରିଥାଏ। ସାଧାରଣତଃ ସମସ୍ତ ଫଳର ମଞ୍ଜି ଉପରେ ଏକ ପ୍ରାକୃତିକ ଆବରଣ ରହିଥାଏ, ଯାହା ଆମକୁ ଯେକୌଣସି ପ୍ରକାର ବିପଦରୁ ରକ୍ଷା କରିଥାଏ। ସେଓ ମଞ୍ଜି ଉପରେ ମଧ୍ୟ ଏହି ଭଳି ଆବୃତ ରହିଛି, କିନ୍ତୁ ତାହା ବହୁତ ଛୋଟ ଏବଂ ନରମ, ଯାହାକୁ ଆମେ ପ୍ରାୟତଃ ଭୁଲରେ ସେଓ ସହିତ ଚୋବାଇ ଖାଇଦେଇଥାଉ।
ସେଓ ମଞ୍ଜିରେ ଆମିଗଡାଲିନ୍ ନାମକ ଏକ ଉପାଦାନ ମିଳିଥାଏ। ଆମିଗଡାଲିନ୍ ହେଉଛି ଏକ ପ୍ରକାର ସିଆନୋଜେନିକ୍ ଗ୍ଲାଇକୋସାଇଡ୍। ଏହି ଉପାଦାନଟି ସିଆନାଇଡ୍ ଏବଂ ଚିନିକୁ ନେଇ ଗଠିତ। ଯେତେବେଳେ ସେମାନେ ଆମ ଶରୀରର ହଜମକାରୀ ଏନଜାଇମ୍ ସହିତ ମିଶ୍ରିତ ହୁଅନ୍ତି, ସେମାନେ ହାଇଡ୍ରୋଜେନ୍ ସିଆନାଇଡରେ ପରିଣତ ହୋଇଯାନ୍ତି।
ତେବେ ଗୋଟେ କି ଦୁଇଟା ସେଓ ମଞ୍ଜି ଶରୀର ପାଇଁ କ୍ଷତିକାରକ ହୋଇନଥାଏ। କିନ୍ତୁ ଏହାଠୁ ଅଧିକ ମଞ୍ଜି ଖାଇବା ଶରୀର ପାଇଁ ଅତ୍ୟନ୍ତ ସାଙ୍ଘାତିକ ହୋଇଥାଏ। ଏହାକୁ ଖାଇବା ପରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅସ୍ୱଭାବିକତା ଅନୁଭବ ହେବା ସହ ଅଧିକ ଖାଇବା ପରେ ଶ୍ୱାସକ୍ରିୟାରେ ଅସୁବିଧା ମଧ୍ୟ ହୋଇଥାଏ। ସେଓ ମାଞ୍ଜିରେ ଥିବା ସିଆନାଇଡ୍ ଆମ ମନ ଏବଂ ହୃଦୟ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିଥାଏ। ଏହା ସହିତ, ଏହା ଶ୍ୱାସକ୍ରିୟା ପ୍ରକ୍ରିୟାକୁ ମଧ୍ୟ ଭୟଙ୍କର ଭାବରେ କ୍ଷତି ପହଞ୍ଚାଇଥାଏ। ସିଆନାଇଡ୍ ସମ୍ବନ୍ଧୀୟ ଘଟଣାରେ , ନିଶ୍ୱାସ ନେବାରେ ଅସୁବିଧା ହେତୁ ଜଣେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ସେଓ ଖାଇବାବେଳେ ସର୍ବଦା ଏହାର ମଞ୍ଜି ବାହାର କରନ୍ତୁ। ଏବଂ ତାହାକୁ ଭଲଭାବେ ଧୋଇ ଖାଆନ୍ତୁ। ଯଦିବି ଭୁଲରେ ବି ସେଓ ମଞ୍ଜି ଖାଇଛନ୍ତି ତାକୁ ପାଟିରୁ ବାହାର କରି ଫୋପାଡି ଦିଅନ୍ତୁ। ସେଓ ବ୍ୟତୀତ ଅନ୍ୟ କେତେକ ଫଳର ମଞ୍ଜି ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେଗୁଡିକ ହେଉଛି ପ୍ଲମ୍ବ, ପିଚ୍, ଆପ୍ରିକୋଟ ଏବଂ ଚେରି ମଞ୍ଜି। ଏହି ଫଳଗୁଡିକର ମଞ୍ଜିରେ ଆମିଗଡାଲିନରେ ମଧ୍ୟ ମିଳିଥାଏ, ଯେଉଁଥିରେ ସିଆନାଇଡ୍ ପରିମାଣ କିଛି ମାତ୍ରାରେ ରହିଥାଏ। ତଥ୍ୟ ଅନୁଯାୟୀ, ଏହି ଫଳ ଅପେକ୍ଷା ସେଓ ମଞ୍ଜିରେ ଆମିଗଡାଲିନ୍ ଅଧିକ ପରିମାଣରେ ରହୁଥିବାରୁ ତାହା ଅଧିକ ଘାତକ ।

Leave a comment