ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ମାଓବାଦୀ: ୱା ବି ଖୁରାନିଆ
ଭୁବନେଶ୍ଵର: ମାଲକାନଗିରିରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏହି ଅପରେସନ୍ ରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି। ଅନେକ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି।
ଜବତ ସାମଗ୍ରୀ ମଧ୍ୟରେ ୨୬ଟି ବ୍ୟାଗ୍ ଏବଂ ବହୁ ପରିମାଣର ଗୋଳାବାରୁଦ ରହିଥିବା ସେ କହିଛନ୍ତି। ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି ସୁରକ୍ଷା ବଳ ସତର୍କ ରହିଛନ୍ତି। ସୁରକ୍ଷାବଳଙ୍କ ମାଓ ବିରୋଧୀ ଅଭିଯାନ ଯୋଗୁ ମାଓ କାର୍ଯ୍ୟକଳାପ କମିବାରେ ଲାଗିଛି। ତେବେ ମାଓବାଦୀ ମାନେ ଏହି ସବୁ ଅପରାଧ କାର୍ଯ୍ୟକଳାପ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଶ୍ରୀ ଖୁରାନିଆ ଅପିଲ କରିଛନ୍ତି। ମାଓବାଦୀଙ୍କୁ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ୱାଇ ବି ଖୁରାନିଆ ଅପିଲ୍ କରିଛନ୍ତି । ଏବେ ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ମୁଖ୍ୟ ଧାରାରେ ସାମିଲ କରିବାକୁ ସେମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି।