ସକାଳୁ ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ଗଜବ ଫାଇଦା

ବନ୍ଧୁଗଣ ସକାଳୁ ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ୱାରା ମିଳିଥାଏ ଚମତ୍କାରି ଫାଇଦା । ରସୁଣ କୁ ଆମେ ଖାଦ୍ୟରେ ସ୍ବାଦ ଆଣିବା ପାଇଁ ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ରସୁଣ ର ଗୋଟିଏ ଦାନା ଆମ ଶରୀରରେ ଥିବା ପ୍ରାୟତଃ ରୋଗରୁ ମୁକ୍ତି ଦେଇଥାଏ । ରସୁଣ କେବଳ ଆମର ଖାଦ୍ୟର ସ୍ୱାଦକୁ ନୁହେଁ ବରଂ ଆମ ଶରୀରରେ ମଧ୍ୟ ବହୁତ ଫାଇଦା ଦେଇଥାଏ । ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅମୃତ ଠାରୁ ମଧ୍ୟ କମ ନୁହେଁ । ଆୟୁର୍ବେଦ ରେ କୁହାଯାଇଛି କି ରସୁଣ ର ସେବନ କଲେ ଆପଣ ସର୍ବଦା ଯୁବକ ରହିପାରିବେ । ଏହା ସହିତ ଅନେକ ପ୍ରକାରର ରୋଗ ଯେପରି ଅର୍ଶ, କବଜ ଆଦି ଅସୁବିଧା କୁ ମଧ୍ୟ ଦୂର କରିଥାଏ ।ଭୋକ ବଢ଼ାଇବା, ମଧୁମୟ, ରକ୍ତଚାପ, ଆଦି ରୋଗରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇଥାଏ । ଯଦି ଆପଣ ସକାଳୁ କିଛି ଖାଇବା ପୂର୍ବରୁ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀରକୁ ପ୍ରବଳ ବଳ ମିଳିଥାଏ । ଏହିପରି ଭାବରେ ରସୁଣ କୁ ଖାଇବା ଦ୍ଵାରା ଆମ ଶରୀରକୁ ଅନେକ ଫାଇଦା ହୋଇଥାଏ । ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ପ୍ରତିଦିନ ସକାଳେ ଯଦି ଆପଣ ରସୁଣ ର ଏକ ଦାନା ର ସେବନ କରନ୍ତି ତେବେ ଆପଣଙ୍କ ଶରୀର ଫୁର୍ତ୍ତୀ ରହିବ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ । ଏହାକୁ ସେବନ କଲେ ଆପଣଙ୍କ ଶରୀରରେ ରୋଗପ୍ରତିରୋଧ ଶକ୍ତି ବଢ଼ିଥାଏ । ଫୁସଫୁସ ଜନିତ ରୋଗକୁ ମଧ୍ୟ ରସୁଣ ସେବନ କରିବା ଦ୍ୱାରା ଦୂର କରାଯାଇପାରିଥାଏ । ରସୁଣ କୁ ଉଚିତ ମାତ୍ରାରେ ଖାଇବା ଆବଶ୍ୟକ । ଅଧିକ ମାତ୍ରାରେ ଖାଇବା ଦ୍ବାରା ଶରୀରରେ କ୍ଷତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ । ସକାଳୁ ଖାଲି ପେଟରେ ରସୁଣ ଖାଇବା ଦ୍ବାରା ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ଯୌନ ଜନିତ ସମସ୍ୟା ଦୂର ହୋଇଥାଏ । ତେଣୁ ଯଦି ଆପଣ ଏହି କରି ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି ଆଜି ଠାରୁ ହିଁ ରସୁଣ ର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଉଚ୍ଚ ରକ୍ତଚାପ ରୁ ମଧ୍ୟ ରକ୍ଷା ଦେଇଥାଏ । ରସୁଣ ଖାଇବା ଦ୍ବାରା ଆମର ରକ୍ତଚାପ ନିୟନ୍ତ୍ରଣ ରହିଥାଏ ଏବଂ ହୃଦୟ ସମ୍ବନ୍ଧିତ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ଔଷଧୀୟ ଗୁଣ ରକ୍ତଚାପ କୁ ନିୟନ୍ତ୍ରଣରେ ରଖିଥାଏ । ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ଯେମିତି କୁ ଡାଇରିଆ ଏବଂ ପାଚନ ପ୍ରକ୍ରିୟା ମଧ୍ୟ ଭଲ ହୋଇଥାଏ । ଗ୍ୟାସ ଏବଂ ଏସିଡିଟି ପାଇଁ ମଧ୍ୟ ଏହା ବହୁତ ଉପକାରିତା ହୋଇଥାଏ । ଏହା ଅସ୍ଥାମା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।