ଶ୍ରୀନଗରରେ କାଶ୍ମୀର ପଣ୍ଡିତଙ୍କ ନିଆରା ବିକ୍ଷୋଭ

ଶ୍ରୀନଗର : ସରକାରୀ କର୍ମଚାରୀ ରାହୁଲ ଭଟଙ୍କ ହତ୍ୟା ବିରୋଧରେ କାଶ୍ମୀରୀ ପଣ୍ଡିତମାନେ ଏକ ନିଆରା ଆନ୍ଦୋଳନ କରିଛନ୍ତି । ପର୍ୟ୍ୟାପ୍ତ ସୁରକ୍ଷା ଦାବି କରି କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟ ପକ୍ଷରୁ ଶ୍ରୀନଗରରେ ଗତକାଲି ବଡ଼ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଗତ ୧୨ ତାରିଖରେ ବଡ଼ଗାମ ଅଂଚଳରେ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ପରଠାରୁ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।
କାଶ୍ମୀର ପଣ୍ଡିତମାନେ ରହୁଥିବା ଅଞ୍ଚଳକୁ ମଧ୍ୟ ଆତଙ୍କବାଦୀମାନେ ଟାର୍ଗେଟ୍ କରିବାକୁ ଯୋଜନା କରୁଥିବାରୁ ଆନ୍ଦୋଳନକାରୀମାନେ ଅନ୍ୟତ୍ର ସ୍ଥାନାନ୍ତର ଦାବି କରିଛନ୍ତି। ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଦେଖିବାକୁ ମିଳିଛି । ତେବେ ସୁରକ୍ଷା ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଆଇଜିପି ବିଜୟ କୁମାର କହିଛନ୍ତି। ଆତଙ୍କବାଦୀଙ୍କ ଏଜେଣ୍ଡା ହେଉଛି କେବଳ ଭୟ ସୃଷ୍ଟି କରିବା ସେମାନଙ୍କ ବିରୋଧରେ ଆମକୁ ମିଳିତ ଲଢ଼େଇ କରିବାକୁ କରିବାକୁ ପଡ଼ିବ ବୋଲି ଆଜିପି କହିଛନ୍ତି।