ଶନିବାର କରନ୍ତୁ ଏଭଳି କାର୍ଯ୍ୟ; ଶନିଦେବ ହୋଇଯିବେ ଖୁସି

0

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ଧ୍ୟାୟଧିଶ ବୋଲି କୁହାଯାଏ। ଏହି ଗ୍ରହ କର୍ମର ଫଳ ପ୍ରଦାନ କରିଥାଏ। ଯେଉଁମାନଙ୍କ କର୍ମ ଭୁଲ ହୁଏ ତାଙ୍କ ଉପରେ ଶନି ଅସନ୍ତୁଷ୍ଟ ହୋଇଯାଆନ୍ତି। ଶନି ଅଶୁଭ ହେଲେ କୈାଣସି ବି କାମ ସଫଳ ହୁଏନାହିଁ। ଏହା ସହିତ ପରିବାରରେ ମଧ୍ୟ ଅଶାନ୍ତ ବଢ଼ିଚାଲେ। ଶନିବାରର କାରକ ହେଉଛନ୍ତି ଶନି। ଯେଉଁମାନଙ୍କ କୁଣ୍ଡଳୀରେ ଶନି ଅସନ୍ତୁଷ୍ଟ ଅଛନ୍ତି ବୋଲି ଜାଣୁଛନ୍ତି ସେମାନେ ଅନ୍ୟାବଶକ କାମରୁ ବଞ୍ଚିତ ରୁହନ୍ତୁ । ଆସନ୍ତୁ ଜାଣିବା ଶନିବାର କେଉଁ କେଉଁ କାମ କରିବା ଉଚିତ ନୁହେଁ।

-ଶନିବାର ଦିନ ଘରକୁ ଲୁହା କିମ୍ବା ଲୁହାରେ ତିଆରି ସାମଗ୍ରୀକୁ ଆଣନ୍ତୁ ନାହିଁ। ବରଂ ଏହି ଦିନ ଲୁହା ତିଆରି ସାମଗ୍ରୀକୁ ଦାନ କରନ୍ତିୁ।

-ଶନିବାର ଦିନ ଗରିବ ଲୋକଙ୍କୁ ଅପମାନ କରନ୍ତୁ ନାହିଁ। ଶନିଦେବ ଗରିବଙ୍କ ପ୍ରତିନିଧିତ୍ବ କରନ୍ତି। ଏହି କାରଣ ଯୋଗୁଁ ଯେଉଁ ଲୋକ ଗରିବର ଅପମାନ କରନ୍ତି କିମ୍ବା ଗରିବଙ୍କୁ ଅସୁବିଧାରେ ପକାନ୍ତି ଶନି ସେମାନଙ୍କ ଜୀବନରେ ଦୁଃଖ କଷ୍ଟ ବଢ଼ାଇ ଦିଅନ୍ତି।

-ଶନିଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶନିବାର ଦିନ ତେଲ ଦାନ କରନ୍ତୁ। କିନ୍ତୁ ଘରକୁ ତେଲ ଆଣନ୍ତୁ ନାହିଁ।

-ଏହି ଦିନରେ ଅନ୍ୟ ବ୍ୟକ୍ତିଙ୍କୁ ଜୋତା ଚପଲ ଉପହାରରେ ଦିଅନ୍ତୁ ନାହିଁ। କୈାଣସି ଗରିବଙ୍କୁ ଯଦି ଜୋତା ଚପଲ ଦାନ କରିବେ ତେବେ ଶନି ଦୋଷ ଦୂର ହୋଇଯିବ।

-ଏହି ଦିନ ଅଶ୍ବସ୍ଥ ଗଛକୁ ପୂଜା କରିବା କଥା। ପୂଜା କରିବା ପରେ ଗଛ ଚାରିକଡ଼େ ୭ଥର ଥର ପରିକ୍ରମା କରନ୍ତୁ।

-ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲରେ ଦୀପ ଜଳାନ୍ତୁ।

Leave a comment