ଲଖିମପୁର ଖେରି ହିଂସା: ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ଲଗାଇବାକୁ କୋର୍ଟଙ୍କ ଆଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଖିମପୁର ଖେରି ହିଂସାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଅଡ଼ୁଆ ବଢୁଛି। ସିଜେଏମ୍‌ କୋର୍ଟ ମୁଖ୍ୟ ଅଭିଯୁକ୍ତ ଅଶିଷଙ୍କ ସମେତ ଅନ୍ୟ ୧୩ ଅଭିଯୁକ୍ତଙ୍କ ଉପରେ ୩୦୭ ଧାରା ଲଗାଇବାକୁ ଆଦେଶ ଦେଇଛନ୍ତି। ଅର୍ଥାତ ଧାରା ୩୦୭କୁ ବିଚାରକୁ ନେଇ ଏହି ମାମଲାର ଅଧିକ ତଦନ୍ତ ହେବ। ତେବେ ବିକ୍ଷୋଭକାରୀ ଚାଷୀଙ୍କୁ ଗାଡ଼ି ଚଢେଇ ହତ୍ୟା କରାଯିବା ଏକ ସୁନିୟୋଜିତ ଓ ପୂର୍ବ ପରିକଳ୍ପତି ହତ୍ୟା ଷଡ଼ଯନ୍ତ୍ର ବୋଲି ଜାଣିବାକୁ ପାଇଥିଲେ ଏସଆଇଟି ଟିମ୍‌। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ଇଲେକ୍ଟ୍ରୋନିକ ଗେଜେଟ ଆଧାରରେ ଏସଆଇଟି ଏହି ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ହତ୍ୟାକାରୀ ଜାଣିଶୁଣି ଚାଷୀଙ୍କ ଉପରେ ଗାଡି ଚଢେଇ ଦେଇଥିବାର ଅନ୍ତତଃ ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି । ଏଣୁ ଏହାକୁ ସୁପରିକଳ୍ପିତ ଓ ସୁନିୟୋଜିତ ହତ୍ୟାକାଣ୍ଡ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଏସ୍‌ଆଇଟି। ଏଥିରୁ ସ୍ୱାଧୀନ ଭାରତ ଇତିହାସରେ ଏହା ଏପରି ପ୍ରଥମ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ହତ୍ୟାକାଣ୍ଡ ବୋଲି ଏବେ ଆକଳନ କରାଯାଉଛି।

Leave a comment