ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏମକେ ଷ୍ଟାଲିନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ତାମିଲନାଡୁର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସାତ ଦୋଷୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସରକାରରେ ସହଯୋଗୀ କଂଗ୍ରେସ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଛି। ଦଳ କହିଛି ଷ୍ଟାଲିନଙ୍କ ଏହି ଦାବିରେ ଆମେ ସହମତ ନୁହଁ। ପାର୍ଟି କହିଛି, ଏହି ପରି ରାଜନୈତିକ ଚାପକୁ ଆମେ ଅସ୍ଵୀକାର କରୁଛୁ। ଡିଏମକେ ପ୍ରମୁଖ ଷ୍ଟାଲିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ହତ୍ୟାର ଦୋଷୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।
ଏହାର ଗୋଟିଏ ଦିନ ପରେ ତାମିଲନାଡୁ କଂଗ୍ରେସ କମିଟି(ଟିଏନସିସି)ର ସଭାପତି କେଏସ ଆଲଗିରି କହିଛନ୍ତି, ପାର୍ଟିର ଏହି ପ୍ରସଙ୍ଗ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ମାମଲାରେ ଆମେ ଷ୍ଟାଲିନଙ୍କୁ ସମର୍ଥନ କରୁନାହୁଁ କି ଏଥିରେ ସହମତ ମଧ୍ୟ ନୁହଁ।