ରାଜଧାନୀର ରାସ୍ତାରେ ଓଲଟିଲା ପରିବା ବୋଝେଇ ଗାଡି
ଓଡ଼ିଶାଫାଷ୍ଟ (ବ୍ୟୁରୋ): ରାଜଧାନୀ ନିକଟସ୍ଥ ପଳାଶୁଣି ଓଭରବିଜ୍ର ନିକଟରେ ଏକ ମାଲ୍ ବୋଝେଇ ପରିବା ଟ୍ରକ ଓଲଟି ପଡିଛି । ଯାହାଫଳରେ ଗାଡିରେ ବୋଝେଇ ହୋଇଥିବା କାଙ୍କଡଗୁଡିକୁ ଏଣେତେଣେ ହୋଇ ପଡିଥିଲା । ଏହାକୁ ଦେଖି ଲୋକମାନଙ୍କର ନାହିଁ ନଥିବାର ଭିଡ ଦେଖିବାକୁ ମିଳିଥିଲା । ନା ଥିଲା ସାମାଜିକ ଦୂରତା ନା କେହି ମାନୁଥିଲେ କୋଭିଡ୍ ନିୟମ୍ । ଲୋକମାନଙ୍କ ଏପରି ପରିବା ବୋହିବା ଦେଖି ପୋଲିସ୍ ମଧ୍ୟ ସେଠାରେ ଅଣଦେଖା କରିଥିଲା ।