ରାଜଧାନୀରେ ଶୁଭିଲା ଯୁଦ୍ଧ ସାଇରନ: ରାଜମହଳ ଛକରେ ଆତଙ୍କୀଙ୍କ ଏୟାରଷ୍ଟ୍ରାଇକ

0

ଭୁବନେଶ୍ୱର, : ସମୟ ଅପରାହ୍ନ ୪ଟା । ହଠାତ ଜନଗହଳି ପୂର୍ଣ୍ଣ ରାଜମହଳ ଛକରେ ଜୋର ଶଦ୍ଧ କରି ବାଜିଥିଲା ଯୁଦ୍ଧ ସାଇରନ । ପ୍ରାୟ ୫ମିନିଟ ଧରି ଏହି ସାଇରନ ବାଜିବା ପରେ ରାସ୍ତାରେ ଯାଉଥିବା ଲୋକମାନେ ଏହା ଯୁଦ୍ଧ ପୂର୍ବର ସାଇରନ ଜାଣିବା ପରେ ତୁରନ୍ତ ପାଖରେ ଥିବା ଉଚ୍ଚ ଅଟ୍ଟାଳିକା ଗୁଡ଼ିକୁ ପ୍ରବେଶ କରି ଯାଇଥିଲେ । ଏହାର ମାତ୍ର କେଇ ସେକେଣ୍ଡ ପରେ ରାସ୍ତାର ଗୋଟାଏ ପାର୍ଶ୍ୱରେ ଆରମ୍ଭ ହୋଇଯାଇଥିଲା ବୋମାମାଡ଼ । କେହି କିଛି ବୁଝିବା ପୂର୍ବରୁ ପଡୋଶୀ ପାକିସ୍ତାନର ଯୁଦ୍ଧ ବିମାନ ଗୁଡ଼ିକ ତୁହାକୁ ତୁହା ବୋମାମାଡ଼ କରି ଚାଲିଥିଲେ । ଆଉ ଏହାକୁ ପ୍ରତିହିତ କରିବା ପାଇଁ ସେନା ବାହିନୀର ଯବାନଙ୍କ ସମେତ କମିଶନରେଟ ପୋଲିସର ଅଧିକାରୀମାନେ ଧାଁ ଦୌଡ଼ ଆରମ୍ଭ କରିବା ସହ ବୋମାମାଡ଼ରେ ଆହତ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଭର୍ତ୍‌ତୀ କରି ଶିଶୁଭବନ ଛକ ରାସ୍ତା ଦେଇ କ୍ୟାପିଟାଲ ହସ୍ପିଟାଲ ପଠାଉଥିବାର ଦୃଶ୍ୟ ଆଜି କିଛି ସମୟ ପାଇଁ ରାଜମହଳ ଛକ ରାସ୍ତାେ ଦଇ ଯାଉଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥ୍ଖଲା । କିନ୍ତୁ ପ୍ରକୃତରେ ଏହା ଯୁଦ୍ଧ ସମୟର ଚିତ୍ର ନ ଥିଲା । ବରଂ ପହଲଗାମ୍‌? ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଆକ୍ରମଣ ଯୋଜନା କରୁଥିବା ଭାରତ କାଳେ କୌଣସି ଜବାବୀ ହମଲା ହେବ ତାହାକୁ ଦୃଷ୍ଟିରେ ରଖ? ସାରାେ ଦଶର ୨୪୪ଟି ସ୍ଥାନରେ ଏପରି ମକ୍‌?ଡ୍ରିଲର ଆୟୋଜନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଗୃହ ମନ୍ତ୍ରଣାଳୟ ତରଫରୁ ନିର୍ଦେ୍‌ଦଶ ଜାରି ହୋଇଥିଲା । ଏହି ନିର୍ଦେ୍‌ଦଶକ୍ରମରେ ବୁଧବାର ରାଜଧାନୀ ଭୁବନେଶ୍ୱରର ରାଜ ମହଲ ଛକରେ ଏହି ମକ୍‌?ଡ୍ରିଲ କରାଯାଇଥିଲା । ଯେଉଁଥିରେ ସେନା ଅଧିକାରୀଙ୍କ ସମେତ ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ଏନସିସି କ୍ୟାଡେଟ, ଅଗ୍ନିଶମ ବିଭାଗର କର୍ମଚାରୀ ଓ କମିଶନରେଟ ପୋଲିସର ଅଧିକାରୀମାନେ ସାମିଲ ହୋଇଥିଲେ ।
ମକଡ୍ରିଲର ଉଦେ୍‌ଦଶ୍ୟ ଥିଲା, କୌଣସି ପରିସ୍ଥ?ତିରେ ଯଦି ଶତ୍ରୁ ପକ୍ଷରୁ ଏୟାରଷ୍ଟାଇକ କରାଯାଏ ତେବେ ସାଧାରଣ ଲୋକେ କିପରି ସର୍ତକ ରହିବେ । ଏଥିପାଇଁ ନିୟମ ଅନୁଯାୟୀ ପ୍ରଥମେ ଯୁଦ୍ଧ ପୂର୍ବରୁ ସାଇରନ ବାଜିଥିଲା । ସାଇରନ ବାଜିବାର ଅର୍ଥ ଲୋକଙ୍କୁ ଯୁଦ୍ଧ ସଂକ୍ରାନ୍ତରେ ସର୍ତକ କରାଇବା । ସାଇରନ ବାଜିବା ମାତ୍ରେ ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପରାମର୍ଶ ଦିଆଯାଇଛି । ଏହାପରେ ବି ଯଦି କୌଣସି ବ୍ୟକ୍ତି ବାହାର ସ୍ଥାନରେ ରହି ଯାଇଛନ୍ତି ତେବେ ସେମାନେ ତୁରନ୍ତ ନିକଟସ୍ଥ ଚଟାଣରେ କାନକୁ ଆଙ୍ଗୁଳି ସାହାର୍ଯ୍ୟରେ ବନ୍ଦ କରି ତଳେ ଶୋଇଯିବା ଦ୍ୱାରା ବିପଦରୁ କିଛି ମାତ୍ରାରେ ମୁକ୍ତି ପାଇବାରେ ସଫଳ ହୋଇପାରିବେ । ଏହା ପରେ ବି ଶତ୍ରୁ ପକ୍ଷରୁ କୌଣସି ଆକ୍ରମଣ କରାଯାଏ ତେବେ ତୁରନ୍ତ ଭାରତୀୟ ସେନା ପକ୍ଷରୁ ଶତ୍ରୁ ପକ୍ଷକୁ କଡ଼ା ମୁକାବିଲା କରାଯିବ । ଆଗାମୀ ଦିନରେ ରାଜଧାନୀର ଅନ୍ୟ ସ୍ଥାନମାନଙ୍କରେ ଏହି ମକଡ୍ରିଲ କରାଯିବ । ମକଡ୍ରିଲ ସମୟରେ ଘଟଣାସ୍ଥଳରେ ଉପସ୍ଥ?ତ ଥିବା ପୋଲିସ କମିଶନର ସୁରେଶ ଦେବଦତ୍‌ତ ସିଂ କହିଛନ୍ତି ଯେ, ଆଜି ଯେଉଁ ମକଡ୍ରିଲ କରାଯାଇଛି ଏହା ଲୋକଙ୍କୁ ବେଶ ସଚେତନ କରାଇଛି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ନିର୍ଦେ୍‌ଦଶ ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ମକଡ୍ରିଲ କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a comment